କୋୱିନ ୱେବସାଇଟ୍‍ ହ୍ୟାକ୍‍ ନେଇ ଗଣମାଧ୍ୟମର ଖବର ସମ୍ପୂର୍ଣ୍ଣ ମିଥ୍ୟା

ନୂଆଦିଲ୍ଲୀ : କୋୱିନ ୱେବସାଇଟ୍‍ ହ୍ୟାକ୍‍ ହେବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ତେବେ ମନ୍ତ୍ରଣାଳୟ ଏବଂ ଟିକା ପ୍ରଶାସନ ସଂକ୍ରାନ୍ତ କ୍ଷମତାପନ୍ନ ଗୋଷ୍ଠୀ ପକ୍ଷରୁ ଇଲୋକ୍ଟ୍ରେନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କମ୍ପ୍ୟୁଟର ଏମରେନ୍ସି ରେସପନ ଟିମ୍‍ ଦ୍ୱାରା ଅନୁସନ୍ଧାନ କରାଯାଉଛି। କୋୱିନର ଅଧ୍ୟକ୍ଷ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି, କୋୱିନ ମଞ୍ଚରେ ଟିକା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନିରାପଦ ଓ ସୁରକ୍ଷିତ ରହିଛି। ସେ କହିଛନ୍ତି, କୋୱିନର କୌଣସି ତଥ୍ୟ କାହା ସହ ଆଦାନ ପ୍ରଦାନ କରାଯାଇନାହିଁ।

Comments are closed.