ମେଥି ପତ୍ରରେ ତ୍ବଚା ଓ କେଶର ଯତ୍ନ

ଭାରତୀୟ ବ୍ୟଞ୍ଜନରେ ମେଥି ପତ୍ରର ବ୍ୟବହାର ରୀତିମତ ହୁଏ। କେହି ସତେଜ ମେଥି ପତ୍ର ତ’ ଅନ୍ୟ କେହି ଶୁଖିଲା ମେଥି ପତ୍ରକୁ ବ୍ୟଞ୍ଜନରେ ବ୍ୟବହାର କରୁଥିବାର ଦେଖାଯାଏ। ଏଇ ମେଥି ପତ୍ରରେ ପୋଷକତତ୍ତ୍ବ ଭରପୂର ହୋଇଥିବାବେଳେ ତାହା ଆମ ସ୍ବାସ୍ଥ୍ୟ ସହ କେଶ, ତ୍ବଚା ଉପରେ ଉତ୍ତମ ପ୍ରଭାବ ପକାଏ।

  •  ମେଥି ପତ୍ରକୁ ଭଲରେ ବାଟି ସେଥିରେ ମହୁ ୨ ଚାମଚ ମିଶାଇ ତ୍ବଚାରେ ଲଗାଇବେ। ୨୦ ମିନିଟ୍ ପରେ ଏଇ ପ୍ୟାକ୍‌କୁ ଉଷୁମ ପାଣିରେ ଧୋଇନେବେ। ତ୍ବଚା ଶୁଷ୍କ ଲାଗୁଥିଲେ, ଏହି ପ୍ୟାକ୍ ପ୍ରତିଦିନ ସ୍ନାନ ପୂର୍ବରୁ ଲଗାନ୍ତୁ।
  • କେଶ ଅଧିକ ପରିମାଣରେ ଝଡ଼ୁଥିଲେ କିମ୍ବା ରୁପି ହେଉଥିଲେ, ମେଥି ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶମୂଳରେ ଲଗାଇ ଶୁଖିବା ପରେ ଧୋଇନେବେ। ସପ୍ତାହକୁ ଥରେ ଏଇ ପ୍ୟାକ୍ ଲଗାନ୍ତୁ।
  • ମେଥି ପତ୍ରକୁ ଶୁଖାଇ ପରେ ଏହାକୁ ଗ୍ରାଇଣ୍ଡିଂ କରି ଏୟାର-ଟାଇଟ୍ ଡବାରେ ରଖିବେ। ତ୍ବଚା କିମ୍ବା କେଶ ପାଇଁ କୌଣସି ପ୍ୟାକ୍ ଲଗାଇବାବେଳେ ଏହି ମେଥି ପତ୍ର ଗୁଣ୍ଡକୁ ବ୍ୟବହାର କରିପାରିବେ।
  • ମେଥି ପତ୍ର ବଟା, ଲେମ୍ବୁ ରସ ମିଶାଇ କେଶରେ ଲଗାଇଲେ ରୁପି ସମସ୍ୟା ଦୂର ହୁଏ। ମେହେନ୍ଦୀ ପ୍ୟାକ୍‌ରେ ମେଥି ପତ୍ର ବଟାକୁ ମିଶାଇ କେଶରେ ଲଗାଇଲେ କେଶ ମୂଳ ଶକ୍ତ ହୁଏ।

Comments are closed.