ଡାକ୍ତରୀ ନାମଲେଖା ପଞ୍ଜୀକରଣ ସ୍ଥଗିତ

ଭୁବନେଶ୍ୱର : ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ନାମଲେଖା କାଉନସେଲିଂ ପାଇଁ ସୋମବାରଠାରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ପକ୍ଷରୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ ଥିବା ସରକାରୀ ଏବଂ ହାଇଟେକ୍‌ ଭେଷଜ ମହାବିଦ୍ୟାଳୟର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲଖା ପାଇଁ ଆଜିଠାରୁ ବିଦ୍ୟାର୍ଥୀ ପଞ୍ଜୀକରଣ କରିବାକୁ ଓଜେଇଇ ପକ୍ଷରୁ କୁହାଯାଇଥିଲା। ନିଟ୍‌ ପରୀକ୍ଷାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଚାଲିଥିବାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ନ କରିବାକୁ କେନ୍ଦ୍ରରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଖକୁ ନିର୍ଦେଶ ଆସିଥିଲା। ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ଓଜେଇଇ ପଞ୍ଜୀକରଣକୁ ସ୍ଥଗିତ ରଖିଛି।

Comments are closed.