ବଜ୍ରପାତରେ ଜଣେ ମୃତ, ୧୦ ଗୁରୁତର

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ବଜ୍ରପାତରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ୧୦ଜଣ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସାରସକଣା ବ୍ଲକ୍ ଅନ୍ତର୍ଗତ କୁଅଁରଡ଼ିହିଠାରେ ଅପରାହ୍ନ ସମୟରେ ଘଡ଼ଘଡ଼ି ସହିତ ବର୍ଷା ହୋଇଥିଲା। ଚାଷ ପାଇଁ ବିଲରେ ପୂଜା କରୁଥିବା ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଗ୍ରାମର ନାରାୟଣ ହାଁସଦା(୬୧)ଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦ୍ର ହାଁସଦା(୨୬) ଓ ସୁନା ହାଁସଦା(୨୦)ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବାରିପଦା ମେଡିକାଲ କେଲେଜକୁ ପଠାଯାଇଛି । ଖବର ପାଇ ଝାରପୋଖରିଆ ଆଇଆଇସି ସୁଦର୍ଶନ ଗାଂଗେଇ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଗାଡ଼ିରେ ବଜ୍ରପାତରେ ଅନ୍ୟ ୮ଜଣ ଆହତ ଗୁରୁଭା ହାଁସଦା(୨୦),ଫାଗୁରାମ ହାଁସଦା(୧୫),ଲାଗୁ (୩୦) ଡ଼ମନ ହାଁସଦା(୫୦), କରନ ହାଁସଦା (୪୫), କୃଷ୍ଣ ହାଁସଦା(୧୩) , ରାମେଶ୍ୱର ହାଁସଦା (୬୦) , ବିମଲ ହାଁସଦା(୧୮) ଆହତଙ୍କୁ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି।

Comments are closed.