ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ଉକ୍ତ ରାସ୍ତା ଦେଇ କେତେକ ସ୍ଥାନୀୟଲୋକେ ଯାଉଥିବା ବେଳେ ମୃତଦେହ ଦେଖି ପୁଲିସ‌କୁ ଖବର ଦେଇଥିଲେ। ତେବେ ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଘଟଣାସ୍ଥଳରେ ପୁଲିସ‌ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।

Comments are closed.