ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଜଣେ ଗିରିଫ

ଦ୍ୱାରଶୁଣି: ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ମୟୁରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ଘିଆଯୋଡି ଗ୍ରାମରେ ଜଣେ ମହିଳାଙ୍କସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଅଭିଯୁକ୍ତ କିଚକେଶ୍ୱରୀ ଦେହୁରୀଙ୍କୁ ପୁଲିସ ଗିରଫ କରିଛି ।

ମହିଳାଙ୍କ ଲିଖିତ ଅଭିଯୋଗ ମୁତାବକ, ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ରାସ୍ତାରୁ ଉଠାଇନେଇ ଜଙ୍ଗଲ ଭିତରେ କିଚକେଶ୍ୱରୀ ନାମଙ୍କ ଜଣେ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ।  ଯାହାକୁ ଭିତ୍ତିକରି ଝାରପୋଖରିଆ ପୁଲିସ ଏକ ୧୫୦/୨୦୧୯ରେ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବାସହ ଆଜି କୋର୍ଟ ଚାଲାଣ କରିଛି ।

Comments are closed.