ନାବାଳକର ସନ୍ଦେହ ଜନକ ମୃତ୍ୟୁ ; ଶରିଶୃପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ

କଳାବାଡିଆ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଅଞ୍ଚଳର ନାପ୍ରି ପଞ୍ଚାୟତ ଖଡିପାହାଡି ଗ୍ରାମର ଜଣେ ନାବାଳକର ଶନିବାର ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଉକ୍ତ ଗ୍ରାମର ବିଜୟ ନାଏକଙ୍କ ନାବାଳକ ପୁଅ ଦୀପକ ନାଏକ(୧୪) ସକାଳୁ ଉଠିଲା ପରେ ହଠାତ୍ ତାର ମୁଣ୍ଡ ବୁଲେଇବା ସହିତ ବାନ୍ତି ହୋଇଥିଲା। ଏହା ପରେ ପରିବାର ଲୋକେ ଦୀପକକୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଦୀପକର ଅବସ୍ଥା ଗୁରୁତର ହେବାରୁ ତାକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଦୀପକର ମୃତ୍ୟୁ ହୋଇଥିଲା। ବିଷାକ୍ତ ଶରିଶୃପ ରାତିରେ କାମୁଡ଼ିବା ଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି। ପୁଲିସ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଛି। ଗାଁରେ ଶୋକର ଛାୟା ଖେଳିଯାଇଛି।

Comments are closed.