ଚଳିତ ସପ୍ତାହରେ ମାଟ୍ରିକ ଫଳାଫଳ

ଭୁବନେଶ୍ୱର: ଚଳିତ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା। ତେବେ କେଉଁ ଦିନ ଫଳ ପ୍ରକାଶ ପାଇବା ସେ ନେଇ ସୂଚନା ଦିଆଯାଇନାହିଁ। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ହାଜରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ମେ ମାସ ଶେଷ ସପ୍ତାହ କିମ୍ବା ଜୁନ ପ୍ରଥମ ସପ୍ତାହ ବେଳକୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥାଏ । କିନ୍ତୁ ଚଳିତବର୍ଷ କରୋନା ଭୂତାଣୁ ମହାମାରୀ ଯୋଗୁ ଖାତା ଦେଖା ବିଳମ୍ବ ହେବା ସହିତ ଫଳ ପ୍ରକାଶ ମଧ୍ୟ ବିଳମ୍ବିତ ହୋଇଛି। ଚଳିତବର୍ଷ ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ୨୮୮୮ କେନ୍ଦ୍ରରେ ମୋଟ ୫ଲକ୍ଷ ୬୦ ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comments are closed.