କରୋନାରେ ମାଟ୍ରିକ ପରୀକ୍ଷା ଭିଡ଼ ଅଡୁଆ

ଟିଟିଲାଗଡ଼: ଟିଟିଲାଗଡ ସହରରେ ସମ୍ପ୍ରତି କରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ଆଜି ଶହଶହ ସଂଖ୍ୟାରେ ମାଟ୍ରିକ ପରୀକ୍ଷାର୍ଥିଙ୍କ ଭିଡ ସହରବାସୀଙ୍କୁ ଚମକାଇ ଦେଇଛି। ଆଜି ଠାରୁ ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ୭ ଦିନ ଧରି ଚାଲିବ ବୋଲି ଜଣାପଡିଛି। ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ୩୦ଟି ହାଇସ୍କୁଲରୁ ୧୨୦ ଜଣ ପଞ୍ଜିକରଣ କରିଥିବା ବେଳେ ୧୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଥିବା ପରୀକ୍ଷା ସୁପରିଟେଣ୍ଡେଣ୍ଟ ନାରାୟଣ ବଗର୍ତି ଜଣାଇଛନ୍ତି। ସେହିପରି ମାହେଶ୍ୱରୀ ହିନ୍ଦି ହାଇସ୍କୁଲରେ ମୁକ୍ତ ବିଦ୍ୟାଳୟ (ଏସଆଇଓଏସ) ପରୀକ୍ଷା ପାଇଁ ୨୦୨ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ କଣ୍ଟାବାଞ୍ଜି, ମୁରିବାହାଲ, ବଙ୍ଗୋମୁଣ୍ଡା ତଥା ଟିଟିଲାଗଡ ବ୍ଲକ ଅଂଚଳର ୧୮୪ ଜଣ ଭାଗ ନେଇଥିବା ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗିତା ପଣ୍ଡାଙ୍କ ସୁତ୍ରରୁ ଜଣାପଡିଛି। ୨୨ ତାରିଖରେ ସମସ୍ତ ବିଷୟ ପରୀକ୍ଷା ସମ୍ପନ୍ନ ହେବ ବୋଲି ଜଣାପଡିଛି। ପରିକ୍ଷା ନେଇ ବିଭିନ୍ନ ଅଂଚଳରୁ ଶତାଧିକ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କ ଆଜି ସକାଲୁ ସହରରେ ଭିଡ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। କରୋନାମୟ ଟିଟିଲାଗଡ ସହରରେ ଭିଡ ଏଡାଇବାକୁ ଦୋକାନୀ ସଂଘ ଅପରାହ୍ନ ୨ଟାରୁ ଦୋକାନ ବଜାର ବନ୍ଦ ନିଷ୍ପତି ଗ୍ରହଣ କରିଛନ୍ତି। ଏ ପରିପ୍ରେକ୍ଷୀରେ ଏଭଳି ପରିକ୍ଷା ନେଇ କୋମଲମତି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

Comments are closed.