କାଶୀପୁର ବ୍ଲକରେ ୩୪ ପରୀକ୍ଷାର୍ଥୀ ଦେଲେ ଦଶମ ପରୀକ୍ଷା

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ୭ଜଣ ଛାତ୍ରଛାତ୍ରୀ ପ୍ରଥମଭାଷା ପରୀକ୍ଷା ଦେଇଛନ୍ତି। ସେହିପରି ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୩୦ଜଣ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। କାଶୀପୁର ବ୍ଲକରେ ମୋଟ ୩୭ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି।

କୋଭିଡ଼ ନିୟମ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଦ୍ୱାରରେ ତାପମାତ୍ରା ମାପିବା ସହ ମୁଖରେ ତୁଣ୍ଡି, ସାନିଟାଇଜର ବ୍ୟବହାର କରାଯାଇଥିଲା । କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରି ବେହେରା ସୁପରିଟେଣ୍ଡ ଭାବେ ରହିଥିବା ବେଳେ ଡେପୁଟି ସୁପରିଟେଣ୍ଡ ଭାବେ କବିତା କୁମାରୀ ମିଶ୍ର ରହିଥିଲେ। ସେହିପରି ଟିକିରି ପରୀକ୍ଷା କେନ୍ଦ୍ରରେ ଟିକିରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋଚନ ଖରା ସୁପରିଟେଣ୍ଡ ଭାବେ ରହିଥିଲେ। ଏହି ପରୀକ୍ଷା ୩୦ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହେବ।

Comments are closed.