ବାତ୍ୟା ପାଇଁ ଘୁଞ୍ଚିଲା ମାଟ୍ରିକ୍ ଖାତା ମୂଲ୍ୟାୟନ

୨୦ ବଦଳରେ ୨୧ ରୁ ଆରମ୍ଭ ହେବ

ଭୁବନେଶ୍ୱର : ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ମାଟ୍ରିକ୍ ଖାତା ଦେଖା ଘୁଂଚାଇ ଦିଆଯାଇଛି । ଆସନ୍ତା ମଇ ୨୦ ପରିବର୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ସୋମବାର ଦିନ ଲୋକ ସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତି ହୋଇଛି ।
ଅନ୍ୟପକ୍ଷରେ ଯୁକ୍ତ ୨ ର ଶେଷ ହୋଇଥିବା ପରୀକ୍ଷା ଖାତା ଦେଖା ଜୁନ ୧ରୁ ଆରମ୍ଭ ହେବ । ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଅବଶିଷ୍ଟ ୨୩ଟି ବିଷୟର ପରୀକ୍ଷା ଜୁଲାଇ ୧ରୁ ୧୫ ଭିତରେ ଅନୁଷ୍ଠିତ ହେବ ।

Comments are closed.