ଦୂର୍ଗାଙ୍କ ପ୍ରତିମା ପାଇଁ ମାଟି ଅନୁକୂଳ

ଆଠଗଡ :  ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆଠଗଡର ବିଭିନ୍ନ ଦେବୀପୀଠରେ ମା’ ଦୁର୍ଗାଙ୍କ ପ୍ରତିମା ଲାଗି ମାଟି ଅନୁକୂଳ କରାଯାଇଛି। ରାସରସିକପୁରରେ ନଗର କିର୍ତ୍ତନ ସହ ଏକ ଶୋଭାଯାତ୍ରାରେ ସାହି ପରିକ୍ରମା କରି ଶାସନ ପୋଖରୀ ନିକଟରେ ପାରମ୍ପରିକ ପୂଜାର୍ଚ୍ଚନା ସହିତ ମାଟି ଅନୁକୁଳ କରାଯାଇଥିଲା। ଧର୍ମାନନ୍ଦ ସାହୁ କର୍ତ୍ତା ଭାବେ ମାଟି ଅନୁକୁଳ କରିଥିବାବେଳେ ସାହିର ମୁରବୀଶ୍ରେଣୀ ବ୍ୟକ୍ତି ତଥା ଦୁର୍ଗାପୂଜା କମିଟିରୁ ସଦସ୍ୟ ହେମନ୍ତ ଦଳାଇ, ରତ୍ନାକର ସାହୁ, ମହିର କୁମାର ତ୍ରିପାଠୀ, ସୁଶିଲ ମହାରଣା, ଶିବଶଙ୍କର ଜେନା, ସୁଧାଂଶୁ ଶେଖର ଦଳାଇ, ଲକ୍ଷ୍ମୀଧର ସ୍ୱାଇଁ, ଅଜୟ ସାହୁ, ଦିଲ୍ଲୀପ ବାରିକ, ବିଷ୍ଣୁଚରଣ ଜେନା ଓ ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଆଠଗଡ ଦୁର୍ଗାବଜାର ଓ କନ୍ତୋଲ ମୁଖ୍ୟବଜାର ସମେତ ହାଟବଜାରର ଦୁର୍ଗାପୂଜା କମିଟି ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଦୁର୍ଗାଙ୍କ ପ୍ରତିମା ଲାଗି ମାଟି ଅନୁକୁଳ କରାଯାଇଥିବା ଜଣାପଡିଛି।

Comments are closed.