ମଟର ରାଇତା

ଦହି – ୨କପ
ସିଝା ମଟର ଛୁଇଁ – ୧କପ
ଜିରା ଗୁଣ୍ଡ – ୧ ଚାମଚରୁ କମ
କଳାଲୁଣ – ଅଳ୍ପ
ଲଙ୍କାଗୁଣ୍ଡ – ଅଳ୍ପ
ଚାଟ୍‍ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଦହି ରଖି ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ ସିଝା ହୋଇଥିବା ମଟର ଛୁଇଁକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ କଳାଲୁଣ ଓ ଲୁଣ ମିଶାନ୍ତୁ। ପରେ ଜିରାଗୁଣ୍ଡ, ଚାଟ ମସଲା, ଲଙ୍କା ଗୁଣ୍ଡ ଓ ଅଳ୍ପ ମଟର ପକାନ୍ତୁ। ଧନିଆପତ୍ର, କାକୁଡି କୋରି ମଧ୍ୟ ଏଥିରେ ପକାଇ ପାରିବେ। ପ୍ରସ୍ତୁତ ହୋଇଗଲା ମଟର ରାଇତା।

Comments are closed.