ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ଥାପତ୍ୟ ଘୋଡା

ଭୁବନେଶ୍ୱର : ରାଜଧାନୀ ସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ସ୍ଥାପତ୍ୟ ଘୋଡା । ଏନେଇ ଆଜି ବିଏମସି କମିସନର ସୂଚନା ଦେବା ସହ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି । ଘୋଡା ସ୍ଥାନାନ୍ତର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିବା ପରେ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ଘୋଡା ସେଠାରୁ ହଟିବ ନାହିଁ ବୋଲି କହିଛନ୍ତି ।ସ୍ମାର୍ଟସିଟି ପ୍ରକଳ୍ପ କାରଣରୁ ଘୋଡା ହଟାଇବା ଜରୁରୀ ଥିଲା । ଘୋଡା ହଟାଯିବା ପାଇଁ ପୂର୍ବରୁ ଏହାକୁ କେନ୍ଦ୍ର କରି ପ୍ରବଳ ବିରୋଧ ହୋଇଥିଲା ।

 

Comments are closed.