ନିଦ୍ରା ହେଲା ଶେଷ ନିଦ୍ରା: କଣ୍ଟେନର ତଳେ ଗଲା ୬ ଜୀବନ

ଆଗ୍ରା : ଅଗ୍ରାର ସିକଚନ୍ଦ୍ର ଅଞ୍ଚଳର ଗୁରୁଦ୍ୱାର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଅଗ୍ରାରୁ  ମଥୁରା ଆଡକୁ ଯାଉଥିବା ଏକ କଣ୍ଟେନର ନିୟନ୍ତ୍ରଣ ହରାଇ ରାଜପଥ କଡରେ ବା ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା।  ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପୁଲିସ ପିଛାକରି କଣ୍ଟେନରକୁ ଅଟକାଇଥିଲା। ଡ୍ରାଇଭର ଏବଂ ହେଲପରକୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ପୁଲିସ କହିଛି ଯେ ମୈନପୁରୀର କିଶନି ଅଞ୍ଚଳର ଦାଣ୍ଡିଆ ଗାଁର ବାସିନ୍ଦା ଡ୍ରାଇଭର ମୁନେଶ ଏବଂ ହେଲପର ସିଣ୍ଟୁ  ମୈନପୁରୀରୁ ଗୁରୁଗ୍ରାମକୁ ଖାଲି କଣ୍ଟେନର ନେଇ ଯାଉଥିଲେ।

Image Source : amarujala

ମଙ୍ଗଳବାର ରାତି ପ୍ରାୟ ୨ଟା ୩୦ ସମୟରେ କଣ୍ଟେନରଟି ମଥୁରା ଆଡକୁ ଯାଉଥିଲା। ଗୁରୁଦ୍ୱାର ଅତିକ୍ରମ କଲାବେଳେ ଏକ ବୁଲାଣିରେ  ଟ୍ରକଟି ଭାରସାମ୍ୟ ହରାଇଲା। ଏହା ପରେ ରାଜପଥରୁ ବାମ ପଟକୁ ପ୍ରାୟ ୧୫ ଫୁଟ ମାଡିଗଲା। ପରେ ରାସ୍ତା କଡରେ ଥିବା ଫୁଟପାଥ ଉପରକୁ ଚଢି ପ୍ରାୟ ୨୫ଫୁଟ୍ ଯାଇ ଦୁଇଟି ଖୁଣ୍ଟ ଭାଙ୍ଗି ଜୋତା ଦୋକାନ ଆଗରେ ଶୋଇଥିବା ୭ ଜଣଙ୍କ ଉପରେ ଚଢିଗଲା। ଏହା ପରେ ମଧ୍ୟ ଡ୍ରାଇଭର ବ୍ରେକ୍  ଦେଇ ନ ଥିଲା ବୋଲି ସ୍ବୀକାର କରିଛି।

Comments are closed.