ଗଣଶିକ୍ଷା ମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଙ୍ଗଳବାର ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ମନ୍ତ୍ରୀ ଦାସ ଆଜି ଦିନିକିଆ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ ପ୍ରଶାସନିକ ଓ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ବିଦ୍ୟାଳୟରେ କୋଭିଡ କଟକଣା କଡାକଡି ଭାବେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ବେଲଗାଁଠାରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ବିଜୟାନନ୍ଦ ହାଇସ୍କୁଲଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ। ଟିଟିଲାଗଡ ସହରର ବିଭିନ୍ନ ହାଇସ୍କୁଲ ଗସ୍ତ ସହ ଏସଓପି ପାଳନ ତଦାରଖ କଲେ।

Comments are closed.