ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣା : କାଳିଆବୋଦା ଶ୍ମଶାନରେ ଗଣ ଶବ ସତ୍କାର

କଟକ ଜିଲା ମାହାଙ୍ଗା ଥାନା କୁସୁପୁରରେ ଗଣ ହତ୍ୟା ଘଟଣାରେ ମୃତ ପରିବାରର ସମସ୍ତ ୫ ଜଣ ସଦସ୍ୟଙ୍କ କଟକ ଯୋବ୍ରା କାଳିଆବୋଦା ଶ୍ମଶାନରେ ଗଣ ଶବ ସତ୍କାର କରାଯାଇଛି । କଟକ ବଡ଼ ଡାକ୍ତଖାନାରେ ପୋଷ୍ଟ ମର୍ଟମ ପରେ କାଳିଆବୋଦାରେ ଏକ ଦୁଃଖଦ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି।

ସୂଚନାଯୋଗ୍ୟ,  ଜମିବାଡି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର କୁସୁପୁରରେ ବଡ ଭାଇର ପରିବାରକୁ ସାନ ଭାଇ ହତ୍ୟା କରିଥିଲା। ଶିବ ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ନିଜ ବଡ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀକୁ ହତ୍ୟା କରିଥିଲା । ବଡଭାଇ ଅଲେଖ ପୃଷ୍ଟି, ପୁଅ ସ୍ମୃତି ସାଇ, ସ୍ମୃତି ସୌରଭ,ପତ୍ନୀ ରଶ୍ମିରେଖା ପୃଷ୍ଟି,ସୃତି ସନ୍ଧ୍ୟା ସାହୁଙ୍କୁ ଶିବ ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘରେ ତାଲା ପକାଇ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନାରେ  ଆତ୍ମସମର୍ପଣ କରିଥିଲା।

Comments are closed.