ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ କରୋନା ସଚେତନତା ଓ ଉପକରଣ ବଣ୍ଟନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାର ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ କରୋନା ସଚେତନତା ବାର୍ତ୍ତା ପ୍ରଦାନ ସହ ବିଭିନ୍ନ ୱାର୍ଡରେ ବୁଲି ବୁଲି ସଦସ୍ୟମାନେ ତୁଣ୍ଡି ଓ ବିଶୋଧକ ବଣ୍ଟନ କରିଛନ୍ତି। ତୁରୁମୁଙ୍ଗା ଓ ଚେମଣା ଗ୍ରାମରେ ସାମାଜିକ ଉନ୍ନୟନ ସଂସ୍ଥାର ସନ୍ତୋଷ କୁମାର ବାରିକଙ୍କ ଆବାହକତ୍ୱରେ ଉପଦେଷ୍ଟା ଗୋପୀନାଥ ସାହୁ, ସଦସ୍ୟ ବଳଭଦ୍ର ନାୟକ, ରମେଶ ଚନ୍ଦ୍ର ନାୟକ, ଦିପେନ୍ଦ୍ର ସାହୁ, ପୁଷ୍ପଲତା ପଣ୍ଡା, ପ୍ରମୋଦ ସାହୁ, ଏମଡି ଉମଦାଦ, ହିମାଂଶୁ ଶେଖର ପୃଷ୍ଟି, ଗୋପାଳ ସାହୁ ଓ ସୁମନ୍ତ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ଡୁମୁରିଗୋଡ଼ା , ତ୍ରିବିନ୍ଧା ଓ ନୂଆସାହି, ଚେମଣା ଆଦି ସ୍ଥାନରେ କାର୍ୟ୍ୟକ୍ରମ କରାଯାଇଥିଲା। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସହଯୋଗ ଯୋଗାଇ ଦେଇଥିଲେ।

Comments are closed.