ତୁଣ୍ଡି ବାଣ୍ଟିଲେ ବିଜେଡ଼ି ନେତା

ପାଟଣା : ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଢେଙ୍କିକୋଟଠାରେ ବିଭିନ୍ନ ପ୍ରମୁଖ ସ୍ଥାନ ମାନଙ୍କରେ ସାଧାରଣ ଲୋକ ଓ କର୍ମଚାରୀମାନଙ୍କୁ ତୁଣ୍ଡି ବଣ୍ଟନ କରାଯାଇଛି। ଜିଲ୍ଲା ଯୁବ ବିଜୁଜନତା ଦଳ ଉପସଭାପତି ଏସକେ ଇମରାନ, କୃଷ୍ଣଚନ୍ଦ୍ର ବାରିକ, ସଞ୍ଜୟ କୁମାର ସାହୁ, ଦୀନେଶ କୁମାର ମିଶ୍ର, ସୁଶାନ୍ତ ସେନାପତି, ଆଲୋକ ପାଲ, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ଆଶିଷ କୁମାର ମଣ୍ଡଳ, ମାଝୀ ରୁଲହକ ଓ ରଫିକଭାଇ ପ୍ରମୁଖ ଢେଙ୍କିକୋଟର ୟୁନିଅନ ବ୍ୟାଙ୍କ ଶାଖା, ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବଜାର ଅଞ୍ଚଳରେ ତୁଣ୍ଡି ବଣ୍ଟନ କରିବା ସହ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି।

Comments
Loading...