ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଆଠଗଡ : ଆଠଗଡ ବିଜେପି ପକ୍ଷରୁ ଗାନ୍ଧିମାର୍ଗସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଗୁରୁବାର ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି ଏହାର ସଂଯୋଜନା କରି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଦେଶସେବାରେ ସମର୍ପିତ ଭାବ, ଓ ବଳିଦାନର ମହତ୍ତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଜଗଦାନନ୍ଦ ତ୍ରିପାଠୀ, ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତି, ପ୍ରଦୀପ ମହାପାତ୍ର, ଯୁବମୋର୍ଚ୍ଚା ନେତା ତପନ ଲେଙ୍କା, ମଣ୍ଡଳ ସଭାପତି ସୋମନାଥ ବେହେରା, କୃଷକନେତା ଦେବରାଜ ସ୍ୱାଇଁ, ଶରତ ମହାନ୍ତି, ନୃସିଂହ ସାହୁ, ମହିଳା ମୋର୍ଚ୍ଚା ନେତ୍ରୀ କଳ୍ପନା ମହାପାତ୍ର ପ୍ରମୁଖ ଡଃ ଶ୍ୟାମାପ୍ରସାଦଙ୍କର ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମସ୍ତ ଦଳୀୟ ନେତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଡଃ ମୁଖାର୍ଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.