ଜାଣନ୍ତୁ ବିବାହ ପୂର୍ବରୁ କେଉଁ କାରଣରୁ ବର ଓ ବଧୂଙ୍କର ଜାତକ ମିଶାଯାଏ

ସନାତନ ଧର୍ମରେ ଷୋହଳ ସଂସ୍କାର ମଧ୍ୟରୁ ଗୋଟିଏ ହେଉଛି ବିବାହ। ହିନ୍ଦୁ ସଂସ୍କୃତିରେ ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଜନ୍ମ-ଜନ୍ମ ପାଇଁ ଏହି ସଂପର୍କ ଯୋଡ଼ି ହୋଇ ରହିବା ପାଇଁ ବିବାହ ପୂର୍ବରୁ ବର ଓ ବଧୂଙ୍କର ଜାତକ ମିଶାଯାଏ।
ବର ଓ ବଧୂଙ୍କର ଜାତକ ମିଶାଯାଇ ସୋମନଙ୍କ ମଧ୍ୟରେ ଜାତକ ଦେଖି ୩୬ ଗୁଣ ଗୁଡ଼ିକୁ ମିଶାଯାଏ। ୩୬ ଟି ଗୁଣ ମଧ୍ୟରୁ ପ୍ରାୟ ୧୮ ଟି ଗୁଣ ମିଶିବା  ଆବଶ୍ୟକ ବୋଲି ମାନ୍ୟତା ରହିଛି। 
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ ପାଇଁ ବର-କନ୍ୟାଙ୍କର ଜାତକକୁ ମିଶାଇବା ଆବଶ୍ୟକ ବୋଲି କୁହାଯାଏ। ଜାତକ ମିଶାଇବା ଦ୍ୱାରା ପୁଅ ଓ ଝିଅର ନକ୍ଷତ୍ର ଓ ଗ୍ରହ ଆଦି ପରସ୍ପର ପାଇଁ କେତେ ଅନୁକୂଳ ଓ ପ୍ରତିକୂଳ ଜଣାପଡ଼ିଥାଏ।
ଯଦି ବର-କନ୍ୟା ଉଭୟଙ୍କର ନକ୍ଷତ୍ର ଓ ଗୁଣ ଅନୁକୂଳ ହୋଇଥାଏ, ତେବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି କୁହାଯାଏ।
ଏହାସହ ସୁଖମୟ ବୈବାହିକ ଜୀବନ ପାଇଁ ଜାତକ ମେଳ ଖାଇବା ସହ ପରସ୍ପର ପ୍ରତି ଉତ୍ତମ ବୁଝାମଣା,ସ୍ନେହଶ୍ରଦ୍ଧା ଓ ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ।

Comments are closed.