ଜାଣନ୍ତୁ ବିବାହ ସହ ଜଡ଼ିତ ଏଭଳି ଜଣାଅଜଣା କଥା

ବିବାହ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ନିଷ୍ପତ୍ତି। ଏହା ଆପଣଙ୍କ ଜନ୍ମ ଦିନ ସହ ଲୁଚି ରହିଛି। ଜାଣନ୍ତୁ ଏହି ବିଷୟରେ……..
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥାଏ , ସେମାନଙ୍କ ମୂଲ୍ୟାଙ୍କ ୩। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକାଂଶ ପ୍ରେମ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୫,୧୪ ଓ ୨୩ ଏହି ତାରିଖରେ ଜନ୍ମ ହୋଇଥାଏ, ଏଭଳି ବ୍ୟକ୍ତି ପାରମ୍ପରିକ ସଂପର୍କରେ ଅଧିକ ବିଶ୍ୱାସ କରିଥାଆନ୍ତି। ତେଣୁ ଏହି ପ୍ରକାରର ବ୍ୟକ୍ତି ଅଧିକାଂଶ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୬, ୧୫ ଓ ୨୪ ତାରିଖରେ ହୋଇଥାଏ, ସେମାନଙ୍କର ମୂଲ୍ୟାଙ୍କ ୬। ତେଣୁ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ବିବାହରେ ସଫଳତା ପାଇଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୭,୧୭ ଓ ୨୫ ତାରିଖରେ ହୋଇଥାଏ, ସେମାନଙ୍କର ମୂଲ୍ୟାଙ୍କ ୭। ଏମାନଙ୍କର ଅଧିକାଂଶ ପ୍ରସ୍ତାବିତ ବିବାହ ହୋଇଥାଏ।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୧,୧୦,୧୯,୨୮ ତାରିଖରେ ହୋଇଥାଏ। ତାଙ୍କ ମୂଲ୍ୟାଙ୍କ ୧ ହୋଇଥାଏ। ଏହି ମୂଲ୍ୟାଙ୍କ ଥିବା ବ୍ୟକ୍ତି ମାନେ ଲାଜକୁଳା ସ୍ୱଭାବର ଅଟନ୍ତି। ଏହି ଅଙ୍କ ସୂର୍ୟ୍ୟଙ୍କର ପ୍ରତୀକ ଅଟେ। ଏହାସହ ଏପରି ବ୍ୟକ୍ତିମାନଙ୍କର ପ୍ରେମ ବିବାହର ଆଶଙ୍କା କମ ଥାଏ।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୨,୧୧,୨୦ ଓ ୨୯ ତାରିଖରେ ଜନ୍ମ, ସେମାନଙ୍କ ମୂଲ୍ୟାଙ୍କ ୨। ଏଭଳି ଲୋକେ ବହୁ ଭାବି ଚିନ୍ତି ପ୍ରେମ ସଂପର୍କ ସ୍ଥାପନ କରିଥାଆନ୍ତି। ପ୍ରେମର ସଂପର୍କକୁ ମଧ୍ୟ ଖୁବ ସଚ୍ଚୋଟତାର ସହ ଗ୍ରହଣ କରିବା ସହ ନିଜ ସାଥିଙ୍କୁ ଖୁବ ସମ୍ମାନ ଦେଇଥାଆନ୍ତି। ତେଣୁ ଏଭଳି ବ୍ୟକ୍ତିମାନେ ପ୍ରେମ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୮,୧୭ ଓ ୨୬ ତାରିଖରେ ହୋଇଥାଏ, ସେମାନଙ୍କ ମୂଲ୍ୟାଙ୍କ୮। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ବିବାହ ହିଁ କରିଥାଆନ୍ତି। ତାଙ୍କ ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

Comments are closed.