ବିଶେଷଜ୍ଞଙ୍କ ମତ ; ବିବାହ ସ୍ଥିର ପରେ ଏପରି ନିଅନ୍ତୁ ତ୍ୱଚା ଓ ସ୍ୱାସ୍ଥ୍ୟର ଯତ୍ନ

ଚାଲିଛି ବିବାହ ଋତୁ। ଯୁବତୀ ହୁଅନ୍ତୁ ଅଥବା ଯୁବକ, ସମସ୍ତ ପାଇଁ ବିବାହ ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରତ୍ୟେକ ଯୁବତୀ ନିଜ ବିବାହ ଦିନ ଖୁବ୍ ସୁନ୍ଦର ଦେଖାଯାଆନ୍ତୁ ବୋଲି ତାଙ୍କ ଇଚ୍ଛା। ଏଥିପାଇଁ ମେକଅପ୍ ଠାରୁ ଆରମ୍ଭ କରି ଡ୍ରେସ୍ ପ୍ରତିଟି ଜିନିଷ ଉପରେ ଗୁରୁତ୍ୱ ଦେଇଥାଆନ୍ତି। ବିବାହ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ପ୍ରସ୍ତୁତି ଉପରେ ମଧ୍ୟ ନଜର ରଖିଥାଆନ୍ତି। ମାତ୍ର କାମର ପ୍ରଭାବ ଓ ଚିନ୍ତା କାରଣରୁ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଥକ୍କାପଣ ମଧ୍ୟ ଅନୁଭବ ହୋଇଥାଏ। ତେଣୁ ଏସବୁ ମଧ୍ୟରେ ନିଜ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ନିଜ ଖାଦ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। କିଛି ଯୁବତୀ ଓଜନ ବୃଦ୍ଧି ନେଇ ଚିନ୍ତା କରିବା ସହ ସଠିକ ଭାବେ ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ତେବେ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବିଶେଷଜ୍ଞଙ୍କ ମତାନୁସାରେ ତେବେ ଜାଣନ୍ତୁ କିଭଳି ନେବେ ନିଜ ଯତ୍ନ..
ଆପଣ କମ୍ ମାତ୍ରା ସହ କମ୍ ବ୍ୟବଧାନ ମଧ୍ୟରେ ଖାଦ୍ୟ ଖାଆନ୍ତୁ। ଏକାସହ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ। ଏହାଦ୍ୱାରା ଚିନ୍ତା ପାଇଁ ହେଉଥିବା ନିମ୍ନ ରକ୍ତଚାପ ସମସ୍ୟା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ୫ ରୁ ୮ ପ୍ରକାରର ଫଳ ଓ ପନିପରିବାର ସେବନ କରନ୍ତୁ।
ଏହାସହ ୨ ଗ୍ଲାସ ପରିବାର ପ୍ରସ୍ତୁତ ଜୁସ୍ର ସେବନ କରନ୍ତୁ। ଏଥିରେ ଟମାଟୋ, ଦହି, ପୁଦିନା, ଧନିଆପତ୍ର, ପାଳଙ୍ଗ ମିଶାଇ ଜୁସ୍ ପ୍ରସ୍ତୁତ କରି ପିଅନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ।
ପ୍ରତିଦିନ ପ୍ରାୟ ୪୦ ରୁ ୫୦ ଗ୍ରାମ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଡାଏଟ୍ରେ ସାମିଲ କରନ୍ତୁ। ଏଥିପାଇଁ ଅଣ୍ଡା, ମାଛ, କ୍ଷୀର, ଡାଲି ଆଦି ନିଶ୍ଚୟ ଖାଆନ୍ତୁ। ଏହାସହ କ୍ୟାଲସିୟମରେ ଭରପୁର ଜିନିଷ ମଧ୍ୟ ଖାଆନ୍ତୁ।
ସଜେତ କମଳାରେ ପ୍ରସ୍ତୁତ ଜୁସ୍ ପିଅନ୍ତୁ। ଏହା ତ୍ୱଚା ଓ କେଶ ପାଇଁ ଖୁବ ଲାଭଦାୟକ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଖାଦ୍ୟକୁ ସହଜରେ ହଜମ କରିଥାଏ।
ମାତ୍ର ମଇଦାରେ ପ୍ରସ୍ତୁତ ଛଣା ହୋଇଥିବା ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ। ବିଶେଷ କରି ରୁମାଲୀ ରୁଟି,ନାନ୍, ନୁଡୁଲ୍ସ , ଆଦି ଖାଆନ୍ତୁ ନାହିଁ। ଛଣାଛଣି ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ। ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ।
ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଅନ୍ତୁ। ଏହାଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହେବା ସହ ମୁହଁ ଗୋରା ହୋଇଥାଏ। ମୁହଁରେ ବ୍ରଣ,ଦାଗ ଆଦି ସମସ୍ୟା ଥିଲେ, ମଧ୍ୟ ଦୂର ହୋଇଥାଏ। ଏହାସହ ପ୍ରତିଦିନ ୪ ରୁ ୫ ଚାମଚ ତେଲ ଖାଦ୍ୟରେ ସାମିଲ କରନ୍ତୁ।
ସପ୍ତାହକୁ ୨ଥର ପଇଡ ପାଣି ନିଶ୍ଚୟ ପିଅନ୍ତୁ। ଏହା ତ୍ୱଚା ପାଇଁ ଖୁବ୍ ଉପକାରୀ। ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହେବାରେ ସହାୟକ ହୋଇଥାଏ।
Comments are closed.