କେଶରୀ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଭୁବନେଶ୍ବର ମାର୍କେଟ ବିଲଡିଂ ନିକଟରେ ଥିବା କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ରାତି ପ୍ରାୟ ସାଢେ ୧୧ଟା ସୁଦ୍ଧା  ନିଆଁ ଲାଗିଥିବା କୁହାଯାଉଛି । ଅଗ୍ନିଶମ ବିଭାଗ ନିଆଁକୁ  ଆୟତ୍ତ କରିଥିବା ବେଳେ ସମଗ୍ର ଅଂଚଳ ଧୂଆଁମୟ ହୋଇ ରହିଛି । ଦୋକାନ ବନ୍ଦ କରି କର୍ମଚାରୀମାନେ ଯିବାପରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ପ୍ରାୟ ୪-୫ଟି ସୋରୁମରେ  ନିଆଁ ଲାଗିଥିବା କୁହାଯାଉଛି । କିନ୍ତୁ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଛି । ଅନ୍ୟ ଦୋକାନର କିଛି ଜିନିଷ ମଧ୍ୟ ନଷ୍ଟ ହୋଇଛି। ଏହି ମଲରେ ପ୍ରାୟ ୧୨୦ରୁ ଅଧିକ ଦୋକାନ ଥିବା ଜଣାପଡିଛି।

ନିଆଁକୁ ଆୟତ୍ତ କରିବା ସହ ମଲ୍ ରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆ ଯାଇଛି। ଏବେ ଦୋକାନର ସିଲିଂ ଭାଙ୍ଗି ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। କାରଣ ସିଲିଂ ମଧ୍ୟରୁ ଧୂଆଁ  ବାହାରୁଛି । ଅଗ୍ନିଶମ ବିଭାଗ ସିଲିଂ ଭାଙ୍ଗି କାଳେ କେଉଁଠାରେ ନିଆଁର ଉତ୍ସ ରହିଥିବ ତାହା ଅନୁଧ୍ୟାନ କରୁଛି । ବରିଷ୍ଠ ପୁଲିସ ଅଧିକାରୀମାନେ ଅଗ୍ନିଶମ ବିଭାଗକୁ ସହାୟତା କରୁଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Comments are closed.