ଛତିଶଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ସଂଘର୍ଷ: ୫ ସୁରକ୍ଷାକର୍ମୀ ସହୀଦ, ଜଣେ ମାଓବାଦୀ ମୃତ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Digital (SB) Last updated Apr 3, 2021 Share ଛତିଶଗଡର ବିଜାପୁର ଏବଂ ସୁକମା ଜିଲ୍ଲା ସୀମାରେ ଥିବା ଏକ ଜଙ୍ଗଲରେ ନକ୍ସଲଙ୍କ ସହ ହୋଇଥିବା ସଂଘର୍ଷରେ ଶନିବାର ଦିନ ପାଞ୍ଚ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏନକାଉଣ୍ଟର ସ୍ଥାନରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡିଛି। Related Posts ରୋଷେଇ କରିବାକୁ କହିଲେ ଶାଶୁ ; ରାଗି ଯାଇ… May 28, 2022 କେଶ ପାଇଁ ମହୌଷଧି : ଅଲିଭ ତେଲ ଓ ଚନ୍ଦନ ତେଲର… May 28, 2022 ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହି ସଂଘର୍ଷରେ ମାଓବାଦୀମାନଙ୍କ ବଡ଼ କ୍ଷତି ହୋଇଛି। ଛତିଶଗଡ଼ ଡେପୁଟି ଇନ୍ସପେକ୍ଟର ଜେନେରାଲ ଓପି ପାଲ କହିଛନ୍ତି, ୨ ହଜାରରୁ ଅଧିକ ସୁରକ୍ଷା କର୍ମୀ ପୃଥକ ଭାବେ ଦକ୍ଷିଣ ବସ୍ତର ଜଙ୍ଗଲରେ ବିଜାପୁର ଏବଂ ସୁକମା ଜିଲ୍ଲାରୁ ନକ୍ସଲ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ। ପାଞ୍ଚଟି ସ୍ଥାନରୁ ଆରମ୍ଭ ହୋଇଥିବା ଏହି ଅପରେସନରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, କୋବ୍ରା ୟୁନିଟ୍, ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସର କର୍ମଚାରୀମାନେ ସାମିଲ ହୋଇଥିଲେ। ସେମାନେ ତାରେମ, ଉସୁର, ପାମେଦ, ମିନପା ଏବଂ ନରସାପୁରମରୁ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ। ପାଲ କହିଛନ୍ତି ଯେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଜାଗରଗୁଣ୍ଡା ପୋଲିସ ଷ୍ଟେସନ ଅଧୀନରେ ଥିବା ଜୋନାଗୁଡା ଗ୍ରାମ ନିକଟରେ ମାଓବାଦୀଙ୍କ ପିପୁଲ୍ସ ଲିବରେସନ୍ ଗରିଲା ଆର୍ମି ବାଟାଲିୟନ ସହ ତାରେମରୁ ପଠାଯାଇଥିବା ପାଟ୍ରୋଲିଂ ଦଳ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ପ୍ରାୟ ତିନି ଘଣ୍ଟା ଧରି ଏହି ସଂଘର୍ଷ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଡିଜି କହିଛନ୍ତି ଯେ, ସହିଦ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କୋବ୍ରା ୟୁନିଟର ଏବଂ ଦୁଇଜଣ ଜିଲ୍ଲା ରିଜର୍ଭ ଗାର୍ଡ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ‘ବସ୍ତାରିଆ’ ବାଟାଲିୟନରୁ ଆସିଥିଲେ। ସେ କହିଛନ୍ତି ଯେ ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି। Share FacebookTwitterWhatsApp
Comments are closed.