ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ମାଲକାନଗିରି: ଯବାନଙ୍କୁ ମିଳିଛି ପୁଣି ଏକ ବଡ଼ ସଫଳତା । ଲାଲଗଡ଼ କୁହାଯାଉଥିବା ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ ଜଙ୍ଗଲରେ କୁମ୍ବିଂ ବେଳେ ଗିରଫ ହୋଇଛି ଏକ ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ଲକ୍ଷ୍ମନ ପଡିଆମୀ ।

ସୂଚନା ମୁତାବକ, ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଥିବା ଯବାନମାନେ ଜାଣିବାକୁ ପାଇଥିଲେ । ୮ ତାରିଖ ଦିନ ବିଏସ୍‌ଏଫ୍‌ ଓ ଏସଓଜି ପକ୍ଷରୁ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ କରାଯାଇଥିଲା । ଏହି ସମୟରେ ଦୁର୍ଦ୍ଦାନ୍ତ ମାଓବାଦୀ ଲକ୍ଷ୍ମନ ପଡିଆମୀକୁ ଯବାନମାନେ ଧରିବାରେ ସଫଳ ହୋଇଥିଲେ । ଲକ୍ଷ୍ମନ ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ଓଡ଼ିଶା ଓ ଛତିଶଗଡ଼ରେ ଅନେକ ମାଓ କାର୍ଯ୍ୟକଳାପରେ ସାମିଲ ଥିଲା ।

Comments are closed.