୪ଟି ଗାଡି ଜାଳିଲେ ମାଓବାଦୀ

ଭୁବନେଶ୍ବର : କିଛିଦିନର ନିରବତା ପରେ ପୁଣି ନିଜର ଉପସ୍ଥିତି ଜାରି କରିଛି ମାଓବାଦୀ । ଝାଡଖଣ୍ଡ ସୀମାନ୍ତ ବୋନୋ ହୋଟିଂ ଗ୍ରାମରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଫାଙ୍କା ଗୁଳିଚାଳନା କରିବା ସହ ଗ୍ରାମରେ ଥିବା ୨ଟି ହାଇୱା ଓ ୨ଟି ଟ୍ରାକ୍ଟରକୁ ମାଓବାଦୀମାନେ ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି କମ୍ବିଂ ଅପରେସନକୁ ଜୋରଦାର କରିଛି ।

Comments are closed.