ନିୟମଗିରି ପାର୍ସାଲିରେ ଧମକପୂର୍ଣ୍ଣ ମାଓ ପୋଷ୍ଟର, ବ୍ୟାନର

କଲ୍ୟାଣସିଂହପୁର : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳ ସଦର ପଞ୍ଚାୟତ ପାର୍ସାଲି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଗୋଟିଏ ବ୍ୟାନର ଓ ୨ଟି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ପରେ ପୁଣି ମାଓପୋଷ୍ଟର ଲାଗିଛି, ଏଥିରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବୋଲି ଦର୍ଶାଯାଇଛି। ପୋଷ୍ଟରରେ ଉଲ୍ଲେଖ ରହିଛି, ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି ପାରସାଲି ଠାରୁ ସାରିଝୋଲା ଓ ବୁଡୁଣି ଠାରୁ ଗୁମ୍ମା, ଏହି ୨ ରାସ୍ତା ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ଓ ଦୁଇ ଦଳାଲିଙ୍କୁ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି। ବିଦେଶି କମ୍ପାନୀ ସ୍ବାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ଜବରଦସ୍ତ ରାସ୍ତା ନିର୍ମାଣ କାମ କରାଯାଉଛି , ଅଞ୍ଚଳବାସୀଙ୍କ ବିନା ମତାମତ କିମ୍ବା ବିନା ଗ୍ରାମସଭାରେ ରାସ୍ତା କରିବା କାରଣ କଣ ବୋଲି ପ୍ରଶ୍ନ କରାଯାଇ ଥିବା ନେଇ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି।

ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ୮ ପର୍ୟ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ମାଓବାଦୀ ନିବେଦନ କରିଛନ୍ତି। ଅଞ୍ଚଳବାସୀଙ୍କ ଏହି ସମ୍ପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ, ବର୍ତ୍ତମାନ ଅଞ୍ଚଳରେ ଭୟାବହ ଲାଗି ରହିଛି।

Comments are closed.