ଜେରକା ଓ ବୁରହନି ରିଜର୍ଭ ଜଙ୍ଗଲରେ ଯବାନଙ୍କ ମିଳିତ ଅପରେସନ : ଅସ୍ତ୍ରଶସ୍ତ୍ର ଜବତ

ଭବାନୀପାଟଣା : କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତରେ ଗତ ୧୫ ଓ ୧୬ ତାରିଖ ୨ଦିନ ଧରି ମାଓବାଦୀ ଏବଂ ଏସ୍ଓଜି, ଡିଭିଏଫ୍, କୋବ୍ରା ଏବଂ ସିଆରପିଏଫ ଜବାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ଥାନା ଅଧିନର ଜେରକା ରିର୍ଜଭ ଜଙ୍ଗଲ ଓ ବୁରହନି ରଜିର୍ଭ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା । ମିଳିତ ଯବାନଙ୍କ ଅତର୍କିତ ଗୁଳିମାଡ଼କୁ ସମ୍ମୁଖୀନ କରିନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।

Photo : Samajalive.in

ଏହି ମିଳିତ ଯବାନଙ୍କ ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା।ନିଶ୍ଚୟ ବହୁ ମାଓବାଦୀ ଆହତ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ପି ବାତୁଲା ଗଙ୍ଗାଧର ପ୍ରକାଶ କରିଥିଲେ। ଏହି ସର୍ଚ୍ଚ ଅପରେସନ ସମୟରେ ମାଓବାଦୀ ମାନେ ବ୍ୟବହାର କରୁଥିବା ଇନସାସ୍ ରାଇଫେଲ, ଓ ୫.୫୬ଏମ୍ ଏମ୍ ଇନସାସ୍ ବଲ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ପ୍ରକାଶ କରିଥିଲେ ।

Comments are closed.