ମାଓ କ୍ୟାମ୍ପ ଠାବ : ମାଓ ସାମଗ୍ରୀ ଜବତ ଓ ବିସ୍ଫୋରକ ଜବତ

ଫୁଲବାଣୀ : କନ୍ଧମାଳ ପୁୁଲିସ ଏକ ମାଓ କ୍ୟାମ୍ପ ଠାବ କରିଛି। ଏହାସହ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି ଏସଓଜି ଟିମ୍। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସପି ପ୍ରତୀକ୍ ସିଂଙ୍କ ନିର୍ଦ୍ଦେଶରେ ଏସଓଜିର ଏକ ଟିମ୍ ଫିରିଙ୍ଗିଆ ବ୍ଲକ୍ ସୁମେରୁବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲରେ ଗତ ୨୯ ତାରିଖରେ କମ୍ବିଂ ଅପରେସନ କରିଥିଲେ । ଅପରେସନ ବେଳେ ଲଦାପଦର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ ।

Comments are closed.