ଏସଓଜି ଅପରେସନ ଓ ରାସ୍ତା ନିର୍ମାଣକୁ ବିରୋଧ କରି ବ୍ୟାନର ମରିଲେ ମାଓବାଦୀ

କଲମପୁର : କଳାହାଣ୍ଡି ଜିଲ୍ଲାରେ ଏସଓଜି ଅପରେସନ ସମେତ କାଣିଗୁମା ଠାରୁ ତାରାଗାଁ କୁ ସଂଯୋଗ କରିବା ପାଇଁ ଚାଲିଥିବା ରାସ୍ତା କାମକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ସିପିଆଇ ମାଓବାଦୀ । ଏହାସହ ଏହି ଅଞ୍ଚଳରେ ନିର୍ମାଣ ହେଉଥିବା ମୋବାଇଲ ଟାୱାର କାର୍ଯ୍ୟକୁ ମଧ୍ୟ ମାଓବାଦୀଙ୍କ ତରଫରୁ ବିରୋଧ କରାଯାଇଛି । ଏଥିସହିତ ଆଦିବାସୀଙ୍କ ଦାଖଲରେ ଥିବା ଜଙ୍ଗଲ ଜମି ଉପରେ ଅନ୍ୟ କେହି ହସ୍ତକ୍ଷେପ ନ କରିବା ପାଇଁ ମାଓବାଦୀ ଚେତାବନୀ ଦେଇଛନ୍ତି । ଏପରିକି କେହି ଆଦିବୀସୀ ଝିଅଙ୍କ ଉପରେ ଖରାପ ଦୃଷ୍ଟି ରଖୁଥିବା ଓ ପୁଲିସର ଇନଫର୍ମର ସାଜିଥିବା ଲୋକଙ୍କୁ କର୍ଲାପାଟର ବନମାଳିର ଦଶା ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଥିବା ଏକ ବ୍ୟାନର ଥୁଆମୁଳ-ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ଛକର ଏକ ଆମ୍ବ ଗଛରେ ମରାଯାଇଛି ।

Comments are closed.