ଦୋକାନରେ ଚା’ ପିଇଲେ, ‘ସମାଜ’ କିଣିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ନବରଙ୍ଗପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର : ନବରଙ୍ଗପୁର ଗସ୍ତରେ ଯାଇଥିବା ଥିବା କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ.ବିଶେଶ୍ୱର ଟୁଡୁ ସୋମବାର ଦିନ ନବରଙ୍ଗପୁର ସହରରେ ଥିବା ଆରଏସଏସ ଶାଖାକୁ ଯାଇଥିଲେ । ସଂପ୍ରତି ଦେଶର ପରିସ୍ଥିତି ସଂପର୍କରେ ସେ ସ୍ୱୟଂସେବକଙ୍କର ସହ ଆଲୋଚନା କରିଥିଲେ । ଦେଶକୁ ଅଧିକ ଶକ୍ତିଶାଳୀ କରିବାକୁ ସଂଘ ସମେତ ଅନ୍ୟାନ୍ୟ  ସଂଗଠନ କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ଉପରେ ମତ ଦେଇଥିଲେ । ଏହାପରେ ସେ ରାସ୍ତା ଉପରେ ଚାଲି ଚାଲି ଯାଇ ଏକ ଚା’ ଷ୍ଟଲରେ ଚାହା ପିଇଥିଲେ ଓ ନିଜେ ଟଙ୍କା ଦେଇଥିଲେ। ସେଠାରେ ଉପସ୍ଥିତି ଲୋକଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଖବରକାଗଜ ଦୋକାନକୁ ଯାଇ ପ୍ରଥମେ ‘ସମାଜ’ଖବର କାଗଜ ସମେତ ଅନ୍ୟାନ୍ୟ ଖବର କାଗଜ କିଣିଥିଲେ । ଏଠାରେ ମଧ୍ୟ ନିଜେ ଟଙ୍କା ଦେଇଥିଲେ। ସେ ରାସ୍ତାରେ ଯାଇ ସାଧାରଣ ଲୋକଙ୍କର ସିହିତ ମିଶିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି । ସେ ଜଣେ ସାଧାରଣ ବ୍ୟକ୍ତି ହୋଇଥିବାବେଳେ ଲୋକଙ୍କର ସହିତ ସିଧାସଳଖ ଭେଟି ଆଲୋଚନା କରିବାକୁ ପସନ୍ଦ କରୁଥିବା କହିଥିଲୋ  ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ଉପସଭାପତି ଇଂ. ବଳଭଦ୍ର ମାଝୀ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ। ତେବେ ମନ୍ତ୍ରୀ ଙ୍କର ଏହି ସରଳତା ଚର୍ଚ୍ଚାର ବିଷୟ ହୋଇଛି।

Comments are closed.