ଧାମରାରେ ମନ୍ତେଇର ସ୍ୱର ପୁସ୍ତକ ଉନ୍ମୋଚିତ

ଧାମରା : ଧାମରାଇ ମନ୍ଦିର ପ୍ରାଙ୍ଗଣରେ ଆଂଚଳିକ ପ୍ରଗତିଶୀଳ ସାହିତ୍ୟ ପରିଷଦର ବାର୍ଷିକ ମୁଖପତ୍ର ମନ୍ତେଇର ସ୍ୱର ପୁସ୍ତକ ଉନ୍ମୋଚନ କରାଯାଇଛି। କରୋନା କଟକଣାକୁ ମାନି  ମନ୍ତେଇର ସ୍ୱରର ତୃତୀୟ ବର୍ଷର ତୃତୀୟ ସଂଖ୍ୟାକୁ ଶିକ୍ଷକ ପୂର୍ଣଚନ୍ଦ୍ର ଦାସ ଉଦଘାଟନ କରିଥିଲେ । ଏହି ଅବସରରେ ପ୍ରଥମେ ପଦ୍ମଭୂଷଣ ପ୍ରଫେସର ମନୋଜ ଦାସ, ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ, ସଂଗୀତଜ୍ଞ ଶାନ୍ତନୁ ମହାପାତ୍ର, ପଦ୍ମବିଭୂଷଣ ସ୍ଥପତି ରଘୁନାଥ ମହାପାତ୍ର, ସାମ୍ବାଦିକ ବସନ୍ତ ଦାସ, ଅରିନ୍ଦମ ଦାସ, କବି ଶୁଭେନ୍ଦୁ ମୁଣ୍ଡା, ସଂଗୀତଜ୍ଞ ତପୁ ମିଶ୍ର, ସାମ୍ବାଦିକା ତଥା ସମାଜର ପୂର୍ବତନ ସଂପାଦିକ ମନୋରମା ମହାପାତ୍ରଙ୍କ ଅକାଳ ବିୟୋଗରେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଧାମରା ଅଂଚଳରେ ଆଗାମୀ ଦିନରେ ସାହିତ୍ୟ ସାଧନା କରିବା ସହ ଅଂଚଳରେ ଗଢି ଉଠିଥିବା ଛୋଟ ଛୋଟ ସାହିତ୍ୟ ଆସର କୁ ସମସ୍ତ ସାହିତ୍ୟିକଙ୍କୁ ଡକାଯାଇ ସାହିତ୍ୟ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିବାକୁ ଉଦଘାଟକ ତଥା ପୂର୍ବତନ ଶିକ୍ଷଜ ପୂର୍ଣଚନ୍ଦ୍ର ଦାସ ଆହ୍ୱାନ ଦେଇଥିଲେ । ସେହିପରି ସଭାପତି ତଥା ବାଂଶଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଗଜେନ୍ଦ୍ର ପ୍ରସାଦ ପାତ୍ର ,ସଂପାଦକ ତଥା ସାମ୍ବାଦିକ ସୁବାସ ମହାନ୍ତି, ଅଂଜନ କୁମାର ମଲିକ, ତ୍ରିଲୋଚନ ବେହେରା, ଦେବବ୍ରତ ସାହୁ, ସୁକାନ୍ତ ସେଠୀ, ବାଇଧର ମହାଳିକ ପ୍ରମୁଖ ଯୋଗ ଦେଇ ଏହି ପତ୍ରିକାର ଉତରୋତ୍ତର କାମନା କରିଥିଲେ। ଶେଷରେ ସୁବାସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ  ।

Comments are closed.