ଏବେ ବି ବଞ୍ଚିଛି ମାନବିକତା

ନର୍ଲା: ଆଜି ମଣିଷ ସମାଜର ବିକାଶ ହୋଇଛି। ମଣିଷ ଶିକ୍ଷିତ, ଶକ୍ତିଶାଳୀ ହୋଇଛି ସତ ହେଲେ ଏମିତି ଘଟଣା ସବୁ ଘଟୁଛି ଯାହା ଦେଖିଲେ ଲାଗେ ମଣିଷ ଭିତରେ ମାନବିକତା ମରିଯାଇଛି। ଆଜି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇଥିଲେ ହେଁ ଜନୈକ ଯୁବ ସମାଜସେବୀଙ୍କ ପରୋପକାରକୁ ଦେଖିଲେ ଗର୍ବ ଲାଗେ। ଇତିହାସ ବର୍ଣ୍ଣିତ ପୁଣ୍ୟାତ୍ମା ଆଜି ନାହାନ୍ତି ସତ ହେଲେ ଆଜିର ଗରିବ ସେଵା ଦେଖିଲେ ଲାଗେ ଏ ଜାତି ଏବେବି ବଞ୍ଚିଛି।

ସୂଚନାମତେ କର୍ଲାମୁଣ୍ଡା ବ୍ଲକ ଵୋରପଦର ପଞ୍ଚାୟତର ଖଲିଆପାଲି ଗାଁ ଦାମା ମହାନନ୍ଦ। ନିତାନ୍ତ ଏକ ଗରିବ ଦଳିତ ପରିବାର। କିଛିଦିନ ତଳେ ଦାମାଙ୍କ ଝାଟିମାଟି କୁଡିଆରେ ଅଜଣା ଭାବେ ନିଆଁ ଲାଗିଯାଇଥିଲା। ଘରଟି ପୋଡି ଛାରଖାର ହେବା ସହ ଦାମାର ପରିବାର ସର୍ଵସ୍ବାନ୍ତ ହୋଇଗଲେ। ଏହା ଜାଣିପାରି ସମାଜସେବୀ ମନୋଜ କୁମାର ପଟ୍ଟନାୟକ ସଂପୃକ୍ତ ଗାଁକୁ ଯାଇ ଦାମର ଘର ତିଆରି ପାଇଁ କାଠ, ବାଉଁଶ, ଛପର ଯୋଗାଡ କରିଥିଲେ। ସେଠାରେ କର୍ଲାମୁଣ୍ଡା ବିଡିଓ ମିର୍ଦ୍ଧା ମ୍ୟାଡମ୍ ଉପସ୍ଥିତ ହୋଇଥିଲେ। ଘର ତିଆରିର ସମସ୍ତ ଖର୍ଚ୍ଚ ବହନ କଲେ ସମାଜସେବୀ। କଳାହାଣ୍ଡି କିନ୍ନର ସଂଘର ସଭାପତି କାମିନୀ କିନ୍ନର ମଧ୍ୟ ୩୦୦୦ଟଙ୍କା ସହଯୋଗ କରିଥିଲେ। ଆଜି ଘର କାମ ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ଦାମାର ଦୁଇ ପୁଅ ଝିଅ ମାନସିକ ଅନଗ୍ରସର ଅଟନ୍ତି। ସମାଜସେବୀ ଶ୍ରୀ ପଟ୍ଟନାୟକଙ୍କ ଏତାଦୃଶ ସହଯୋଗକୁ ନେଇ ଲୋକେ ସାଧୁବାଦ୍ ଜଣାଇଛନ୍ତି। ସେ ଯାହାବି ହେଉ ଦାମାର ପରିବାର ମୁଣ୍ଡ ଗୂଞ୍ଜିବାରେ ପୂର୍ବାବସ୍ଥାକୁ ଫେରିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Comments are closed.