ନିର୍ମାଣ ହେବ ମନୋହର ପାରିକରଙ୍କ ବାୟୋପିକ୍‍: ଜାଣନ୍ତୁ ମୁକ୍ତିଲାଭ ତାରିଖ

ମୁମ୍ବଇ: ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ଏକ ବାୟୋପିକ୍‍ ନିର୍ମାଣ ହେବାକୁ ଯାଉଛି। ଗୋ ଗୋଆର ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ଦୀର୍ଘଦିନ ଧରି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହାର କାମ ଆରମ୍ଭ ହୋଇଯାଇଛି।

ସୂଚନା ଅନୁସାରେ, ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏକ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇ ଚଳଚ୍ଚିତ୍ର ନିର୍ମାତା ସ୍ୱପ୍ନିଲ୍‍ ଶେତକର କହିଛନ୍ତି, ଏହି ଚଳଚ୍ଚିତ୍ର ପାରିକରଙ୍କ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ଉପରେ ଆଧାରିତ ହେବ। ଆସନ୍ତା ବର୍ଷ ୧୩ ଡିସେମ୍ବର ପାରିକରଙ୍କ ଜନ୍ମଦିନ ଅବସରରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ। ଏହାକୁ ହିନ୍ଦୀ ସହିତ କୋଙ୍କଣୀ ଭାଷାରେ ମଧ୍ୟ ମୁକ୍ତିଲାଭ କରାଯିବ।

Comments are closed.