ହରିୟାଣାରେ ନୂଆ ସରକାର : ମନୋହର ଲାଲ ମୁଖ୍ୟମନ୍ତ୍ରୀ, ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ 

ଚଣ୍ଡୀଗଡ଼ : ପବିତ୍ର ଦୀପାବଳି ଅବସରରେ ବରିଷ୍ଠ ବିଜେପି ନେତା ୬୫ ବର୍ଷ ବୟସ୍କ ମନୋହର ଲାଲ ଖଟ୍ଟର ରବିବାର ଦ୍ୱିତୀୟଥର ପାଇଁ ହରିୟାଣାର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଜେଜେପିର ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ  ଭାବରେ ଶପଥ ନେଇଛନ୍ତି।

ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ଆୟାଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ​ସତ୍ୟେନ୍ଦ୍ର ନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପତ ପାଠ କରାଇଛନ୍ତି।​ ଶପଥ ଗ୍ରହଣ ସମାରୋହରେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବିଜେପି ୪୦ଟି ଆସନ ପାଇଥିବା ବେଳେ ସରକାର ଗଠନପାଇଁ ଏହାକୁ ଜେଜେପିର ୧୦ଟି ଓ ୭ ଜଣ ସ୍ୱାଧୀନ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି। 

 

Comments are closed.