ଯୁବପୀଢ଼ୀ ଭାରତର ବୈଜ୍ଞାନିକଙ୍କୁ ଜାଣନ୍ତୁ, ବୁଝନ୍ତୁ ଓ ପଢ଼ନ୍ତୁ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ଯୁବପୀଢ଼ୀ ଦେଶର ବୈଜ୍ଞାନିକ-ଇତିହାସକୁ ଓ ଆମର ବୈଜ୍ଞାନିକମାନଙ୍କୁ ଜାଣନ୍ତୁ, ବୁଝନ୍ତୁ ଓ ବହୁତ ପଢ଼ନ୍ତୁ। ଆଜି ମନ କି ବାତରେ ଶ୍ରୀ ମୋଦୀ ଜାତୀୟ ବିଜ୍ଞାନ ଦିବସ ମହାନ ବୈଜ୍ଞାନିକ ଡକ୍ଟର ସି.ଭି. ରମଣଙ୍କ ଦ୍ୱାରା ଆବିଷ୍କୃତ ‘ରମଣ୍ ଏଫେକ୍ଟ’ ପାଇଁ ସମର୍ପିତ ବୋଲି କହିଛନ୍ତି। ବିଭିନ୍ନ ବ୍ୟକ୍ତିବିଶେଷ ପଠାଇଥିବା ବାର୍ତ୍ତା ଉପସ୍ଥାପନ କରି ଶ୍ରୀ ମୋଦି କହିଛନ୍ତି ଯେ ଆମେ ବିଶ୍ୱର ଅନ୍ୟ ବୈଜ୍ଞାନିକମାନଙ୍କୁ ଯେମିତି ଜାଣୁ, ସେହିପରି ଭାରତର ବୈଜ୍ଞାନିକମାନଙ୍କ ସମ୍ପର୍କରେ ମଧ୍ୟ ଜାଣିବା ଉଚିତ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଦେଶର ପ୍ରତ୍ୟେକ ନାଗରିକ ନିଜ ଜୀବନରେ ବିଜ୍ଞାନର ବିସ୍ତାର କରିବ, ସବୁ କ୍ଷେତ୍ରରେ କରିବ, ତା’ହେଲେ ପ୍ରଗତିର ରାସ୍ତା ମଧ୍ୟ ଖୋଲିବ ଏବଂ ଦେଶ ଆତ୍ମନିର୍ଭର ମଧ୍ୟ ହେବ। ଆଉ ମୋର ବିଶ୍ୱାସ ଅଛି ଯେ ଦେଶର ପ୍ରତ୍ୟେକ ନାଗରିକ ଏହା କରିପାରିବେ।

Comments are closed.