ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେଡିର ବୈଠକ

ଝୁମ୍ପୁରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କେନ୍ଦୁଝର ଜିଲା ଗସ୍ତ କରି ଜିଲାର ମେଡିକାଲ କଲେଜ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ଉଦଘାଟନ କରିବେ। ଏଥିପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ସରିଥିବା ବେଳେ ଝୁମ୍ପୁରା ବ୍ଲକର ବିଜୁ ଜନତା ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ନିମନ୍ତେ ରବିବାର ଦିନତମାମ କସରତ କରୁଥିବା ଦେଖିବାକୁ ମିଳିଛି। ପାଟଣା ବିଧାୟତ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକଙ୍କ ନିର୍ଦ୍ଦେଶକ୍ରମେ ଝୁମ୍ପୁରା ବ୍ଲକର ସମସ୍ତ ପଞ୍ଚାୟତର ବିଜୁ ଜନତା ଦଳ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କିପରି ଯୋଗଦାନ କରିବେ ସେଥି ପାଇଁ ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଇଂ ହରିଭକ୍ତ କୁନା ଗିରି ଏବଂ ଉପ ସଭାପତି ଟୁନା ବାରିକ ବ୍ଲକର ପଞ୍ଚାୟତକୁ ପଞ୍ଚାୟତ ଗସ୍ତ କରି କର୍ମୀମାନଙ୍କ ସହିତ ବସି ଆଲୋଚନା କରିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳକୁ କିପରି ସୁରୁଖରୁରେ ଯାଇ ପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ।

Comments are closed.