ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତକୁ ଆଉ ୨ ପଦକ ; ମନୀଷ ନରୱାଲଙ୍କୁ ସ୍ୱର୍ଣ୍ଣ, ସିଂହରାଜଙ୍କୁ ରୌପ୍ୟ

ଟୋକିଓ : ଚଳିତ ପାରାଲିମ୍ପିକ୍ସରେ ପୁଣି ଥରେ ଶୁଟିଂରେ ଭାରତକୁ ୨ଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି।
୧୦ ମିଟର ପିସ୍ତଲ ଏସ୍‍ଏଚ୍‍ -୧ ବର୍ଗରେ ଭାରତ ଏହି ସଫଳତା ହାସଲ କରିଛି। ଏଥିସହିତ ଭାରତର ମୋଟ ପଦକ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି। ଆଜିର ୧୦ ମିଟର ପିସ୍ତଲ ଏସଏଚ୍‍-୧ ଫାଇନାଲରେ ମୁକାବିଲାରେ ଉଭୟ ମନୀଷ ଓ ସିଂହରାଜ ଦମଦାର ପ୍ରଦର୍ଶନ କରିଥିଲେ। ମନୀଷ ପାରାଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ୨୧୮.୨ ପଏଣ୍ଟ ହାସଲ କରିଛନ୍ତି। ଏହାସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ୨୧୬.୭ ପଏଣ୍ଟରେ ସ୍କୋର କରି ରୌପ୍ୟ ପଦକ ଜିତିଛନ୍ତି।

Comments are closed.