ମଣିପୁର ଦେଶର କରୋନା ସଂକ୍ରମଣ ମୁକ୍ତ ରାଜ୍ୟ

ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକଙ୍କ ପାଇଁ ତିଆରି ହୋଇଛି ପୃଥକୀକରଣ କୁଟିର

ଇମ୍ଫାଲ : ମଣିପୁର ଏ ପର୍ଯ୍ୟନ୍ତ ଦେଶରେ କରୋନା ଭୂତାଣୁ ସଂକ୍ରମଣ ମୁକ୍ତ ରାଜ୍ୟ ଭାବେ ରହିଛି ଓ ଆଗକୁ ଏହା ମଧ୍ୟ କୋଭିଡ୍‍-୧୯ରୁ ମୁକ୍ତ ରହିବ ବୋଲି ଆଶା କରାଯାଉଛି । ସାମାଜିକ ଗଣମାଧ୍ୟମରେ ମଣିପୁରରେ କିଭଳି ଶାରୀରିକ ଦୂରତା ନିୟମର ପାଳନ କରାଯାଉଛି ତାର ଦୃଶ୍ୟ ପ୍ରସାରିତ ହେବା ପରେ ଏହା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି ।

ପାର୍ବତ୍ୟ ସେନାପତି ଜିଲ୍ଲାର ଏକ ଗ୍ରାମରେ ରାଜ୍ୟ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ପାଇଁ ୮୦ଟି ପୃଥକୀକରଣ କୁଟିର ନିର୍ମାଣ କରାଯାଇଛି । ତୁଙ୍ଗଜୟ ନାମକ ସେହି ଗ୍ରାମ ନାଗାଲାଣ୍ଡ ସୀମାରେ ଅବସ୍ଥିତ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ଏହା ୩୫ କିଲୋମିଟର ଦୂରରେ ରହିଛି । ସେହି ଗ୍ରାମରେ ବୁଧବାର କୁଟିରଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି କୁଟିରଗୁଡ଼ିକର ନିର୍ମାଣ ପାଇଁ ଗ୍ରାମବାସୀମାନେ କୌଣସି ସରକାରୀ ସହାୟତା ନେଇନାହାନ୍ତି । ତୁଙ୍ଗଜୟ ଗ୍ରାମ ପ୍ରଧୀକରଣ ଅଧ୍ୟକ୍ଷ ଏମ୍‍.ଏସ୍‍. ମାର୍କସ୍‍ କହିଛନ୍ତି, କୋଭିଡ୍‍-୧୯ ସଂକ୍ରମଣ ନ ବ୍ୟାପିବା ପାଇଁ ଗ୍ରାମରେ ଅନେକ ସଭାସମିତି କରାଯାଇଛି । ବାହାରୁ ଆସିବାକୁ ଥିବା ଲୋକମାନଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି ।

Comments are closed.