ଦିଗମ୍ବର ବେଶ ସଜ୍ଜିତ ହେଲେ ମଣିବାବା, ଲାଗି ହେଲା ପୋଡପିଠା ଓ ନୂଆ ମକର ଚାଉଳ

ଆରଡି: ପବିତ୍ର ମକର ସଂକ୍ରାନ୍ତି ଅବସରରେ ପରମ୍ପରା ଅନୁଯାୟୀ ଶୁକ୍ରବାର ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ପୋଡପିଠା ଓ ନୂଆ ମକରଚାଉଳ। ପ୍ରଶାସନର କୋଭିଡ ନିୟମକୁ ପାଳନ କରାଯାଇ ବିନାଭକ୍ତରେ କଟକଣା ସହ ଚାଲିଛି ମକର ନୀତିକାନ୍ତୀ। ଦୈନନ୍ଦିନ ରୀତିନୀତି ଅନୁଯାୟୀ ଭୋର ୫ଟାରେ ଦ୍ବାରଫିଟା ନୀତି ସହ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସରିବା ପରେ ନୂତନବସ୍ତ୍ର ଓ ଫୁଲ ଚନ୍ଦନ ଲାଗି କରାଯାଇ ବାବା ମଣିବାବାଙ୍କୁ ଦିଗମ୍ବର ବେଶ ସଜ୍ଜିତ କରାଯିବା ପରେ ମକର ନୀତି ନିମନ୍ତେ ପରମ୍ପରା ଅନୁଯାୟୀ ମଣିବାବାଙ୍କ ନିକଟରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ଚାଉଳରେ ପ୍ରସ୍ତୁତ ପୋଡପିଠା ଓ ମକରଚାଉଳ ଲାଗି କରାଯାଇଥିଲା। ଏହାପରେ ସମସ୍ତ ସକାଳ ନୀତିକାନ୍ତୀ ମଧ୍ୟାହ୍ନ ୨ଟା ସୁଧା ସମ୍ପନ୍ନ ହେବା ପରେ ଅପରାହ୍ଣରେ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ଏହାସହ ସଂଧ୍ୟାରେ ମକରନୀତି ନିମନ୍ତେ ଷୋଡଶ ଉପଚାର ନୀତି ଓ ବଡ ଆଳତୀ ଅନୁଷ୍ଠିତ ହୋଇଥିଲା।

Comments are closed.