ଘରର ଦୁଆର ମୁହଁରେ ଆମ୍ବପତ୍ର ଟାଙ୍ଗିବାର ମହତ୍ତ୍ବ

ଦୋକାନ ହେଉ ଅବା ଘର, ଦୁଆର ମୁହଁରେ ପ୍ରାୟତଃ ଆମ୍ବଡାଳ ଟାଙ୍ଗା ଯିବାର ଦେଖାଯାଏ । ବିଶେଷ ଭାବେର କୌଣସି ମାଙ୍ଗଳିକ କାର୍ୟ୍ୟ ଯେପରି ବିବାହ, ବ୍ରତଘର ଏବଂ ପୂଜା ପାର୍ବଣରେ ଆମ୍ବପତ୍ର ଓ ଆମ୍ବଡାଳର ମହତ୍ତ୍ଵ ଅଧିକ ଥାଏ । କିଛି ଲୋକ ଘର ସଜାଇବା ପାଇଁ ମଧ୍ୟ ଆମ୍ବଡାଳର ବ୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ ?

ଭାରତୀୟ ସଂସ୍କୃତିରେ ଆମ୍ବଗଛକୁ ଏକ ପବିତ୍ର ବୃକ୍ଷ ବୋଲି ବିଶ୍ୱାସ କରାଯାଏ । ଆମ୍ବ, ଆମ୍ବପତ୍ର ଓ ଆମ୍ବଡାଳରେ ବିଶେଷ ଗୁଣ ଭରି ରହିଛି । ଆମ୍ବ କାଠକୁ ହୋମ ଏବଂ ଯଜ୍ଞ ଆଦି କାର୍ଯ୍ୟରେ ବ୍ୟବହାର କରାଯାଏ । ହୋମରେ ଗୁଆ ଘିଅ ସହ ଆମ୍ବକାଠ ଜାଳିଲେ ଘରେ ଏକ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଆମ୍ବପତ୍ରକୁ ଘର ଆଗରେ ଟାଙ୍ଗିବା ଦ୍ୱାରା ଘରର ସୁଖ, ଶାନ୍ତି ବୃଦ୍ଧି ପାଇବା ସହ ଧନ ଓ ସମୃଦ୍ଧିରେ ପୁରି ଉଠେ ।

ଆମ ଧର୍ମ ବିଶ୍ୱାସ ଅନୁସାରେ ଆମ୍ବ ଭଗବାନ ହନୁମାନଙ୍କ ପ୍ରିୟ ଫଳ । ତେଣୁ ଯେଉଁଠାରେ ଆମ୍ବ କିମ୍ବା ଆମ୍ବପତ୍ର ରହିଥାଏ, ସେଠାରେ ଭଗବାନ ହନୁମାନଙ୍କ ଆଶୀର୍ବାଦ ସର୍ବଦା ରହିଥାଏ ବୋଲି ବିଶ୍ୱାସ ରହିଛି । ଶାସ୍ତ୍ର ଅନୁସାରେ ମଧ୍ୟ ଆମ୍ବପତ୍ର ଟାଙ୍ଗିବା ଶୁଭଙ୍କର ବୋଲି ବିଚାର କରାଯାଏ । ବୈଦିକ ଯୁଗରୁ ଆମ୍ବପତ୍ର, ଆମ୍ବକାଠ ଆଦିର ବ୍ୟବହାର ରହି ଆସିଛି । ଏହାଦ୍ୱାରା ପରିବେଶରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ଘରର ଦ୍ୱାର ବନ୍ଧରେ ଆମ୍ବପତ୍ର ଟାଙ୍ଗିଲେ ଘରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ସହ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ । ଘର ମଧ୍ୟକୁ ଆସୁଥିବା ପବନ ଏହି ପତ୍ରର ସଂସ୍ପର୍ଶରେ ଆସି ଘର ମଧ୍ୟକୁ ପ୍ରବେଶ କରିଥାଏ, ଯାହା ଫଳରେ ଘରେ ଉତ୍ତମ ବାତାବରଣ ସୃଷ୍ଟି ହୋଇଥାଏ । ଏହା ବ୍ୟତିତ ଘରେ ସୁଖ, ଶାନ୍ତି ବୃଦ୍ଧି ହେବା ସହ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । କୌଣସି କାର୍ୟ୍ୟରେ ଉପୁଜୁ ଥିବା ବାଧାବିଘ୍ନ ଦୂର ହୋଇଥା । ତେଣୁ ସମସ୍ତ କାର୍ୟ୍ୟ କରିବା ଆଗରୁ ଆମ୍ବପତ୍ରର ବ୍ୟବହାର କରାଯାଏ ।

Comments are closed.