ତେଇସିପୁର ସମବାୟ ସମିତିରେ ମୁଗ, ବିରି ମଣ୍ଡି ଖୋଲିଲା

ପିପିଲିି: ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ପ୍ରାଥମିକ କୃଷି ସମବାୟ ସମିତିଠାରେ ଚଳିତ ରବି ଋତୁ ନିମନ୍ତେ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖି ଆଦି ଶସ୍ୟ ସଂଗ୍ରହ ପାଇଁ ବୁଧବାର ସରକାରୀ ମଣ୍ଡିର ଶୁଭାରମ୍ଭ ହୋଇଛି। ଏହାକୁ ପିପିଲି ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ତଥା ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ଓ ସ୍ଥାନୀୟ ସରପଞ୍ଚ ରଶ୍ମିତା ସେନାପତୀ ଉଦ୍‍ଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବ୍ଲକ ସମବାୟ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ, ଜିଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ, ମାର୍କଫେଡ୍‍ ଆଞ୍ଚଳିକ ପରିଚାଳକ ରଶ୍ମିରଞ୍ଜନ ରାୟ, ଶସ୍ୟ କ୍ରୟ ଅଧିକାରୀ ରଶ୍ମିରଞ୍ଜନ ନାୟକ, ତେଇସିପୁର ଗ୍ରାମ୍ୟ କୃଷି କର୍ମଚାରୀ ସମୀର କୁମାର ନାୟକ, ତେଇସିପୁର ସେବା ସମବାୟ ସମିତିର ସଂପାଦକ ଅବକାଶ ପରିଡ଼ା, ମାନ ନିର୍ଦ୍ଧାରକ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୯୦ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମଣ୍ଡିରେ ପ୍ରଥମ ଦିନରେ ତେଇସିପୁର ସେବା ସମବାୟ ସମିତି ପକ୍ଷରୁ ୩୦ କ୍ୱିଣ୍ଟାଲ ମୁଗ କ୍ରୟ କରାଯାଇଥିଲା।

Comments are closed.