ସନ୍ତରଣରେ ପ୍ରଥମ ଭାରତୀୟ ମହିଳା ମାନା ପଟେଲଙ୍କୁ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ମହିଳା ଭାବେ ମାନା ପଟେଲ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ଚଳିତ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସ ଲାଗି ମାନା ପଟେଲ ଯୋଗ୍ୟତା ହାସଲ କରିଛନ୍ତି। ମାନା ବିଶ୍ବବିଦ୍ୟାଳୟ କୋଟାରେ ଏହି ଯୋଗ୍ୟତା ହାସଲ କରିଛନ୍ତି। ମାନା ତୃତୀୟ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି। ସେ ୧୦୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ଯୋଗ୍ୟତା ହାସଲ କରିଛନ୍ତି। ସେ ଅଲିମ୍ପିକ୍‌ସ ଯୋଗ୍ୟତା ନେଇ ବିଶ୍ବବିଦ୍ୟାଳୟ କୋଟାର କାଟାଗୋରୀ-ଏ ​‌ ରେ ରହି ହାସଲ କରିଛନ୍ତି ବୋଲି ଭାରତୀୟ ସନ୍ତରଣ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୁଷ ବର୍ଗରେ ଶ୍ରୀହରୀ ନଟରାଜ୍‌ ଓ ସାଜନ ପ୍ରକାଶ ଯୋଗ୍ୟତା ହାସଲ କରିଛନ୍ତି। ଯୋଗ୍ୟତା ହାସଲ କରିବା ନେଇ ମୁଁ ବହୁତ ଖୁସି । ଏଥିରେ ବିଶ୍ବସ୍ତରୀୟ ସନ୍ତରଣକାରୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ନିଜକୁ ପ୍ରସ୍ତୁତ କରୁଛି ବୋଲି ମାନା କହିଛନ୍ତି। ସାଜନ ପ୍ରକାଶ ପ୍ରଥମ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିଲେ। ୨୦୦ମିଟର ପୁରୁଷ ବଟର ଫ୍ଲାଏରେ ଅଲିମ୍ପିକ୍‌ସ ଯୋଗ୍ୟତା ୧: ୫୬: ୪୮ ସେକେଣ୍ଡ ରହିଥିବାବେଳେ ସାଜନ ସେଟ୍‌ କୋଲି ଟ୍ରଫିରେ ୧:୫୬:୩୮ ସେକେଣ୍ଡରେ ଅତିକ୍ରମ କରିବା ପରେ ଟୋକିଓ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଶ୍ରୀହରୀ ନଟରାଜ୍‌ ଦ୍ବିତୀୟ ଭାରତୀୟ ଭାବେ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିଲେ। ସେ ୧୦୦ମିଟରରେ ଯୋଗ୍ୟତା ହାସଲ କରିଛନ୍ତି। ଇଟାଲୀରେ ଆୟୋଜିତ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟରେ ଶ୍ରୀହରୀ ୫୩ : ୭୭ସେକେଣ୍ଡ ସହ ଯୋଗ୍ୟତା ହାସଲ କରିଥିଲେ। ଅଲିମ୍ପିକ୍‌ସ ଯୋଗ୍ୟତା ସମୟ ୫୩; ୮୫ ସେକେଣ୍ଡ ରହିଥିଲା। ମାନା ପଟେଲ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ପରେ କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଛନ୍ତି।

Comments are closed.