ରଜନୀକାନ୍ତଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ: ଆଜି ପ୍ରସାରିତ ହେବ ‘ମ୍ୟାନ୍‍ ଭର୍ସେସ୍‍ ୱାଇଲ୍ଡ’

ନୂଆଦିଲ୍ଲୀ: ରଜନୀକାନ୍ତଙ୍କ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଲୋକପ୍ରିୟ ଶୋ’ ‘ମ୍ୟାନ୍‍ ଭର୍ସେସ୍‍ ୱାଇଲ୍ଡ’ରେ ବେୟର ଗ୍ରିଲ୍ସଙ୍କ ସହ ରଜନୀକାନ୍ତଙ୍କ ଏପିସୋଡ଼୍‍ ଆଜି(ସୋମବାର) ପ୍ରସାରିତ ହେବ। ଶୋ’ର ହୋଷ୍ଟ ତଥା ପ୍ରେଜେଣ୍ଟର୍‍ ବେୟର ଗ୍ରିଲ୍ସ ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ଏନେଇ ସୂଚନା ଦେଇଛନ୍ତି।

ବେୟର ଲେଖିଛନ୍ତି, “ଭାରତରେ ରଜନୀକାନ୍ତଙ୍କ ସହ ଏହି ଶୋ’ କରିବାର ଅନୁଭୂତି ଖୁବ୍‍ ନିଆରା ଥିଲା। ତାଙ୍କର କୋଟି କୋଟି ପ୍ରଶଂସକଙ୍କ ଅପେକ୍ଷା ଏବେ ଶେଷ ହୋଇଛି। ଆଜି ରାତି ୮ଟାରେ ଡିସ୍କଭରୀ ଚ୍ୟାନେଲରେ ଶୋ’ ପ୍ରସାରିତ ହେବ”।

ସୂଚନାଯୋଗ୍ୟ, ‘ମ୍ୟାନ୍‍ ଭର୍ସେସ୍‍ ୱାଇଲ୍ଡ’ରେ ରଜନୀକାନ୍ତଙ୍କ ଆସିବା ନେଇ ଗତ ୨ ମାସ ଧରି ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରଜନୀକାନ୍ତ ହେଉଛନ୍ତି ଦ୍ୱିତୀୟ ଭାରତୀୟ, ଯିଏ ଏହି ଅନ୍ତର୍ଜାତୀୟ ଶୋ’ରେ ନଜର ଆସିବେ। ରଜନୀକାନ୍ତଙ୍କ ବ୍ୟତୀତ ଏହି ଶୋ’ରେ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଅକ୍ଷୟ ଓ ବେୟରଙ୍କ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଥିଲା।

Comments are closed.