କରୋନା ଆଇସୋଲେଶନ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା

ବଣାଇ: ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଖୋଲାଯାଇଥିବା ଆଇସୋଲେଶନ କେନ୍ଦ୍ରରେ ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ନିକଟବର୍ତ୍ତୀ ବଡ଼ଗାଁ ଗ୍ରାମର ଆନନ୍ଦ ଲାକ୍ରା(୨୫) ବୋଲି ଜଣାପଡ଼ିଛି। ଗତ ମଙ୍ଗଳବାର ତାଙ୍କୁ କରୋନା ସନ୍ଦିଗ୍ଧ ଭାବେ ଏହି ଆଇସୋଲେଶନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେ ସ୍କୁଲ ପରିସରରେ ଥିବା ମହୁଲୀ ଗଛରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ବୁଧବାର ଦେଖିବାକୁ ମିଳିଥିଲା। ଗୁରୁଣ୍ଡିଆ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛ।

Comments are closed.