କ୍ରୋଧ ପରମଚଣ୍ଡାଳ: ସ୍ତ୍ରୀ ଓ ଛୁଆ ଶୋଇଥିବା ଘରେ ନିଆଁ ଲଗାଇଲା ସ୍ବାମୀ

ରେଢ଼ାଖୋଲ: ରେଢ଼ାଖୋଲ ଏନଏସି ଅନ୍ତର୍ଗତ ପୋଡାବଲଣ୍ଡା ଗ୍ରାମରେ ସ୍ତ୍ରୀ ଓ ଛୁଆପିଲା ରହୁଥିବା ଘରକୁ ନିଆଁ ଲଗାଇଦେଇଥିଲା ଉତ୍ତ୍ୟକ୍ତ ସ୍ୱାମୀ। ରେଢ଼ାଖୋଲ ଥାନାରେ ଏନେଇ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କ୍ରମେ ରେଢ଼ାଖୋଲ ଥାନା କେସ ନଂ ୧୨୮ରେ ୩୨୩, ୩୪୧, ୩୦୭, ୪୩୬, ୪୯୮(ଏ), ୫୦୬ରେ ମାମଲା ରୁଜୁ କରି ସ୍ୱାମୀଙ୍କୁ ଗିରଫ କରିଛି। ପ୍ରାପ୍ତ ସୁଚନା ମତେ ଗତ ଦୁଇବର୍ଷ ତଳେ ପଶ୍ଚିମବଙ୍ଗ ଅଂଚଳର ମୁରଲି ଶେଖ(୩୨) ନାମକ ଜଣେ ବ୍ୟକ୍ତି ରେଢ଼ାଖୋଲ ଅଂଚଳରେ ମିସ୍ତ୍ରୀ କାମ କରୁଥିଲେ। ଏହି ସମୟ ମଧ୍ୟରେ ପୋଡାବଲଣ୍ଡା ଗ୍ରାମର ଖୁଲଣା ପ୍ରଧାନଙ୍କୁ ବିବାହ କରି ତାଙ୍କ ଘରେ ଘରଜ୍ୱାଇଁ ଭାବେ ରହି ଆସୁଥିଲେ। ହେଲେ ସୋମବାର ରାତିରେ କୌଣସି କାରଣରୁ ଉଭୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ମୁରଲୀ ମାଡଧର କରିଥିଲା। ହେଲେ ଉଭୟଙ୍କ ଝଗଡା ଏତିକିରେ ସରିନଥିଲା। ଉତ୍ତ୍ୟକ୍ତ ସ୍ୱାମୀ ସ୍ତ୍ରୀ ଓ ଛୁଆ ଶୋଇଥିବା ଘରକୁ ରାତିରେ ନିଆଁ ଲଗାଇ ଦେଇଥିଲେ। ଏନେଇ ପଡୋଶୀ ଜାଣିବା ପରେ ପାଣିପକାଇ ନିଆଁକୁ ଆୟତ୍ତ କରିବା ସହିତ ଉଭୟ ମା ଛୁଆକୁ ଉଦ୍ଧାର କରିଥିଲେ। ମଙ୍ଗଳବାର ଏନେଇ ସ୍ତ୍ରୀ ଖଲଣା ରେଢ଼ାଖୋଲ ଥାନାରେ ଅଭିଯୋଗ କରିଛନ୍ତି।

Comments are closed.