ମାଲବାହି ଟ୍ରେନ୍ ଧକ୍କାରେ ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ରେଲଓ୍ବେ କ୍ରସିଂ ଠାରେ ସୋମବାର ଦିନ ପ୍ରାୟ ୧୨. ୧୫ ମିନିଟରେ ମାଲବାହି ଟ୍ରେନ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ଦଳଦଳିପଡାର ଡାକ୍ତର ସୁନା ଓ ସେ ମାନସିକ ଅନଗ୍ରସର ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଟ୍ରେନ ଆସୁଥିବା ସମୟରେ ସେ ହଠାତ୍ ଟ୍ରେନ ସମ୍ମୁଖକୁ ଚାଲି ଆସିଥିଲେ। ଫଳରେ ତାଙ୍କର ଦୁଇଟି ହାତ ଓ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ କଟିଯାଇଛି। ଘଟଣାସ୍ଥଳରେ କ୍ଷେତରାଜପୁର ପୁଲିସ ପହଞ୍ଚି ଗୁରୁତର ଡାକ୍ତର ସୁନାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.