ବଜ୍ରାଘାତରେ ଯୁବକ ମୃତ

ମୁଖୀଗୁଡା: ଶ୍ବଶୁର ଘରକୁ ଆସିଥିବା ଜ୍ବାଇଁର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ବଡ କର୍ଲାକୋଟ ପଞ୍ଚାୟତ ଅନ୍ତର୍ଗତ ପାବଳି ଗ୍ରାମର ପ୍ରକାଶ ପୁଝାରି(୩୨) ଗତ ଦୁଇ ଦିନ ତଳେ ନିଜ ଶ୍ବଶୁର ଘର ସର୍ଗିଗୁଡା ପଞ୍ଚାୟତର ଏକଟାଗୁଡା ଗ୍ରାମକୁ ଆସିଥିଲେ । ଆଜି ଶ୍ୱଶୁର ଘର ଜମିରେ ନିଜ ସଡୁ ଏବଂ ଶଳା ସହ ଜମିରେ କାମ କରୁଥିବା ସମୟରେ ପ୍ରାୟ ଅପରାହ୍ନ ୩ଟା ବେଳେ ବଜ୍ରାଘାତ ହେବା ପରେ ଟଳି ପଡ଼ିଥିଲେ । ତାଙ୍କୁ ୧୦୮ ଏମ୍ବୁଲାନ୍ସରେ ଜୟପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.