ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବଲାଣିପଶି ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବଲାଣିପଶି ଗ୍ରାମର ନୃସିଂହ ଚରଣ ମହାନ୍ତ(୩୮) ଆଜି ନିଜ ବଗିଚାରେ ପନିପରିବା ଚାଷରେ ଟୁଲୁ ପମ୍ପ ଯୋଗେ ପାଣି ମଡାଉଥିଲେ। ପାଣି ମଡାଉଥିବା ସମୟରେ ଲାଇନ୍ ଚାଲିଯିବାରୁ ସେ ଘର ଲୋକଙ୍କୁ ସୁଇଚ ବନ୍ଦ କରିବା ପାଇଁ କହିଥିଲେ। ହେଲେ ଘରଲୋକ ଟୁଲୁ ପମ୍ପ ସୁଇଚ ପରିବର୍ତ୍ତେ ଅନ୍ୟ ସୁଇଚ ବନ୍ଦ କରିଥିବା ଅବସ୍ଥାରେ ଟୁଲୁ ପମ୍ପକୁ ଯାଇଥିବା ଚଳନ୍ତା ବିଦ୍ୟୁତ୍ ତାରକୁ ଅଲଗା କରୁଥିବା ସମୟରେ ନୃସିଂହଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ତୁରୁମୁଙ୍ଗା ଆରକ୍ଷୀଙ୍କୁ ଖବର ଦେଇଥିଲେ। ଥାନା ଆରକ୍ଷୀ ସହକାରୀ ଉପ ନିରୀକ୍ଷକ ସୁନ୍ଦରମଣୀ ନାୟକ କେନ୍ଦୁଝର ଯାଇ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇବା ପରେ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

Comments are closed.